ସେଇ ଆତଙ୍କିତ ରାତି

କାହିଁକି କେଜାଣି
ସେଦିନର ଅସ୍ତଗାମୀ ସୂର୍ଯ୍ୟଟା,
ପାଲଟି ଯାଇଥିଲା ରକ୍ତମୁଖା
ବିରସ ବି ଲାଗୁଥିଲା ଜହ୍ନର ମୁହଁଟା…
ଭୟରେ ଥରି ଯାଉଥିଲେ
ନିର୍ଜନ ଆକାଶର କଅଁଳା ତାରା ପୁଞ୍ଜାକ,
ପେଟ ପାଟଣାର ସଂସାରରୁ
ବିଶ୍ରାମ ନେଉଥିଲେ
ହିରୋସୀମା ନାଗାସାକିର
ନିରୀହ ମଣିଷ ଗୁଡାକ…

ଅବୁଝା ଥିଲା ତା’ପାଇଁ
ଆତଙ୍କିତ ରାତ୍ରିର ଅଜଣା ବିସ୍ଫୋରଣ
ମାଆର ପଣତ ତଳେ,
ମୁହଁ ଲୁଚେଇ ନିରୀହ କଅଁଳା ଶିଶୁଟି
ସ୍ତନ୍ୟପାନ କରୁଥିଲା ବେଳେ…
ଭାସି ଆସୁଥିଲା
ପରମାଣୁର ଉତ୍କଟ ଗନ୍ଧ
ରଚି ଚାଲିଥିଲା
ଧ୍ଵଂସ ବିଭୀଷିକାର ରଣ ତାଣ୍ଡବ
ସମଗ୍ର ବାୟୁମଣ୍ଡଳରେ,
ଜଳି ଯାଉଥିଲେ ଶହ ଶହ
ନିରୀହ ନିର୍ଦ୍ଦୋଷୀ ମଣିଷ ଗୁଡାକ
ଲେଲିହାନ ଶିଖାର ବିଷାକ୍ତ ଜ୍ଵଳନରେ…

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *