ଦିନ ଆସେ ଦିନ ଯାଏ
ରହିଯାଏ କିଛି ଚିହ୍ନ
ପାଦ ମୋ ଅଟକି ଯାଏ
ସେ ଚିହ୍ନ ପାଖରେ,
ମନ ମୋର ଖୋଜିବୁଲେ
ସେ ଚିହ୍ନର ସ୍ମୃତି ସବୁ
ହୃଦୟର ନିଭୃତ ସହରେ..।
ମୋ ସ୍ମୃତିର ବେଳାଭୂମିରେ
ସମୁଦ୍ରର ଫେନୀଳ ତରଙ୍ଗ ଭିତରୁ ଵି
ଠାଵ କରିନିଏ ତୁମର ସେ ପଦ ଚିହ୍ନ
ଦୂର ଦିଗବଳୟର ରକ୍ତିମ ଆଲୋକରେ,
ସେଦିନ ସମୁଦ୍ର ଵି ହାର ମାନେ
ମୋ ସ୍ମୃତିର ଇସାରାରେ..।
କେବେ କେବେ ଖୋଜିବୁଲେ
ଦୂର ପାହାଡର ଚଟାଣରେ,
ଅସ୍ପଷ୍ଟ ଦେଖାଯାଉ ଥିଲେ ଵି
ସେଠାରେ ପଢିହୁଏ
ଲେଖାଥିବା ଆମ ପ୍ରେମର ପ୍ରତିଲିପି
ଏ ଜନ୍ମର ତ୍ୟାଗରେ..।
ହଜି ଯାଇଥିବା ଫଗୁଣ ଵି
ସଜେଇ ହୁଏ ସ୍ମୃତିର ରଙ୍ଗରେ
ଚତୁର୍ଦିଗ ମହକି ଉଠେ
ବଉଳର ବାସ୍ନାରେ,
କୋଇଲିର ସ୍ୱର ଵି ମଧୁର ଲାଗେ
ତ୍ୟାଗର ସଂଗୀତରେ..
କାରଣ ପ୍ରେମ ପାଇବାରେ ନୁହଁ
ଥାଏ ତ୍ୟାଗରେ..।