ପ୍ରତିଶୋଧ

ତୁମ ଆଖି ସାମନାରେ ଆଜି
କୁଢ଼ କୁଢ଼ ଶବ ମାନଙ୍କର ଜୁଟ,
ମଶାଣୀର ଜୁଇ ଆଲୁଅରେ
ତୁମେ ଏମିତି ଖାଲି ଦେଖି ଚାଲିଥିବ
ମହାକାଳର ଦାରୁଣ ଚିତ୍ରପଟ୍ଟ,
କେମିତି ଦେଖିବନି ଯେ..!
ତମେ ପରା ବିବେକହୀନ
କୁସଂସ୍କାରୀ ମଣିଷ
ପ୍ରକୃତିର ପଣତ ତଳେ ରହି
ଟିକେ ବି ବୁଝିଲନି ତା’ ଅନାବିଳ ମାତୃତ୍ୱକୁ,
ଦଂଶି ଦଂଶି କ୍ଷତାକ୍ତ କରି ଚାଲିଲ
ତା’ ଦେହର ସବୁଜ ଅବୟବକୁ,
ଲହୁ ଲୁହାଣ କରି ଖିନ ଭିନ କଲ
ତା’ କୋମଳ ଛାତିକୁ,
ତୁମଲାଗି ଆଜି ସେ ଖୁବ ଅଶାନ୍ତ,
ପ୍ରତିଶୋଧର ବହ୍ନିରେ ଜର୍ଜରିତ,
ସାଜିଛି ରକ୍ତମୁଖା ମହିଷାମର୍ଦ୍ଦିନୀ
ଟିକେ ଆଉ ଅପେକ୍ଷା କର
ଦେଖିବ ତା’ ଉଗ୍ର ତାଣ୍ଡବ ନୃତ୍ୟ,
ଏବେତ ବୁଝିଯାଅ ଟିକେ
ନହଲେ କେବେ ଯେ ଆଉ ବୁଝିବ ?
ଆଉ ଡେରି କରନା, ଯାଅ.. ଶାନ୍ତ କର ତାକୁ
ତମକୁ ନିଶ୍ଚୟ ସେ କୋଳେଇ ନେବ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *