ନକ୍ଷତ୍ରପାତ

ତୁମେ ସିନା ଚାଲିଗଲ
ସମୁଦ୍ରର ସେପାରି ସହରକୁ
ମୁଁ କିନ୍ତୁ ଆଜି ଦିଗହରା
ଅବସନ୍ନ ବିଚରା ମଣିଷଟିଏ,
କେବଳ ବଞ୍ଚିଛି ଦୟାରେ
ପାଇବାକୁ ପ୍ରେମର ସାନ୍ନିଧ୍ୟ ଟିକିଏ… ॥

ପ୍ରତି ମୁହୂର୍ତ୍ତରେ ସିନା
ମତେ ଉପହାସ କରୁଛନ୍ତି
ଦୂର ଆକାଶର ତାରାମାନେ,
ନକ୍ଷତ୍ରପାତରେ ଜଳୁଛି
ମୋ ସାରା ଶରୀର,
ହୃଦୟ ବି ଥରୁଛି ମୋ, ତୀବ୍ର ସ୍ପନ୍ଦନରେ..,
ହେଲେ ତୁମେ ସେମିତି
ହସୁଥାଅ ତୁମ ଅଗଣାରେ… ॥

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *