ଉତ୍କଳର ହୃତ ଗୌରବ

ଖୋଜୁଛି ଆଜି ମୁଁ ହୃତ ଗୌରବକୁ
ଉତ୍କଳର ଇତିହାସ,
ସାଧବ ପୁଅର ବୋଇତ ଯାତରା
ବାଲି ଅବା ବ୍ରହ୍ମଦେଶ ॥
ଧର୍ମପଦ ଦିନେ ମାରିଥିଲା ମୁଣ୍ଡି
ଅଟେ ଉତ୍କଳ ସନ୍ତାନ,
କଳା ଚାତୁରୀରେ କୋଣାରକ ଗଢି
ରଖିଲା ଜାତିର ମାନ ॥
ପଛଘୁଞ୍ଚା ନାହିଁ ବୀରର ଜାତକେ
ପାଇକ ପୁଅର ବାଣୀ,
ସ୍ଵାଧୀନ ରଖିଲା ଖୋରଧା ମାଟିକୁ
ଜୀବ ଥିବା ଯାଏଁ ଜିଣି ॥
ଉତ୍କଳ ସଂସ୍କୃତି ପ୍ରଥା ପରମ୍ପରା
ବିରଳ ତା’ଇତିହାସ,
ବିଶ୍ଵ ଦରବାରେ ସ୍ଵତନ୍ତ୍ର ଆସନେ
ଝୁରେ ତାକୁ ସବୁ ଦେଶ ॥

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *