ଅଶାନ୍ତ ସମୁଦ୍ର

ମାଡି ଆସୁଥିଲା
ଅଶାନ୍ତ ସମୁଦ୍ରର ନଭଶ୍ଚୁମ୍ବୀ ଜୁଆର,
ପୈଶାଚିକ ରୂପ ଧାରଣ କରି
କ୍ଷତାକ୍ତ କରି ଚାଲିଥିଲା
ରକ୍ତମୁଖା ଭାରତ ମହାସାଗର… ॥

ପ୍ରକୃତିର ରଣ ତାଣ୍ଡବରେ
ନିଶ୍ଚିହ୍ନ ହୋଇ ଯାଉଥିଲେ
ଲକ୍ଷ ଲକ୍ଷ ଆଣ୍ଡାମାନବାସୀ,
ନିରବୀ ଯାଇଥିଲା
ଶିଶୁଟିର କୁଆଁ କୁଆଁ ରାବ…,
ମହାସାଗରର ଅଥଳ ଗର୍ଭରେ
ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ
ବନ୍ଧୁ ଠାରୁ ବନ୍ଧୁ
ମାଆ ଠାରୁ ଶିଶୁ
ଭାଇ ଠାରୁ ଭଉଣୀ
ପୁଣି ସ୍ତ୍ରୀ ଠାରୁ ସ୍ଵାମୀ,
ଆଖି ଆଗରେ କେବଳ
ଭାସୁଥିଲା କୁଢ କୁଢ ଶବ… ॥

ଝଡ ପରର ନିରବତ୍ତା
କାନେ କାନେ କହି ଯାଉଥିଲା
ପ୍ରକୃତିର ଭୟାନକ ଦୃଶ୍ୟ,
ମହାସାଗର ସହିତ
ଏକାକାର ହୋଇଯାଇଥିବା
ଭିଟାମାଟିକୁ ଠାବ କରୁ କରୁ
ମୁକ ପାଲଟି ଯାଇଥିଲେ
ଅଳ୍ପକେ ବର୍ତ୍ତି ଯାଇଥିବା
ଆଣ୍ଡାମାନର ହତଭାଗା ମଣିଷ… ॥

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *