ତୁମେ ଅଳସୀ ରାତିର
ଆକାଶ ବୁକୁ ରେ
ଆଖି ଠାର ମରା ଜହ୍ନ ଟିଏ,
ମୁଁ ଯେ ଅଥଳ ସାଗରେ
ନାବିକ ବିହୀନ
ଦିଗହରା ନାବ ଯାତ୍ରୀଟିଏ ।।
ତୁମେ ଦିଗବଳୟର
ରକ୍ତିମ ଚଟାଣେ
ବାରୁଣୀର ଚିର ସାଥୀଟିଏ,
ମୁଁ ଯେ ଅନ୍ଧାର ରାତିର
ଗହଳ କୁଞ୍ଜରେ
ଭୟାର୍ତ୍ତ ନୀଡ଼ର ପକ୍ଷୀଟିଏ ।।
ତୁମେ ନୂଆ ସକାଳର
ଆଶାର ଆଲୋକେ
ସବୁଜିମା କ୍ଷେତ ପରୀଟିଏ,
ମୁଁ ଯେ ଡହଳ ବିକଳ
ଭୋକ ଉପାସରେ
ଭଗ୍ନ କୁଟୀର ବାସୀଟିଏ ।।