ପାନ୍ଥଶାଳା

ମୋ ପ୍ରେମ ମୂଲକୁ ପାରିଲୁନି ବୁଝି
କେତେ ଭଲପାଏ ତୋତେ
ଠିକଣା କୁ ମୋର ଦେଇଛୁ ହଜାଇ
ଆଉ ପାଇବୁନି ମତେ ॥

ହୃଦୟରେ ଦିନେ ତୋଳିଥିଲୁ ଘର
କାହିଁ ଆଜି ଭାଙ୍ଗି ଦେଲୁ
ତୋ ପ୍ରୀତିର ରଙ୍ଗ ପାରୁନି ମୁଁ ଭୁଲି
ବାଟଭାଙ୍ଗି ଚାଲିଗଲୁ ॥

ପାନ୍ଥଶାଳା ଆଜି ପଚାରୁଛି ମତେ
ଅଜଣା ରାତିର କଥା
ତା’କାନ୍ଥରେ ଲେଖା ଆମରି କାହାଣୀ
ଅଭୂଲା ପ୍ରେମର ଗାଥା ॥

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *