ଜୀବନକୁ ଚିହ୍ନିଲି ସେଦିନ
ଯେଉଁଦିନ
ନିଜ ହାତରେ ଜଳେଇ ଦେଇ ଆସିଲି
ମୋ ବନ୍ଧୁଙ୍କ ଶବକୁ
ମୋ ଗାଁ ଦୂର ମଶାଣିରେ…
ଜୀବନକୁ ବୁଝିଲି ସେଦିନ
ଯେଉଁଦିନ
ଯୋଡ ହସ୍ତରେ ତିଳ ତର୍ପଣ କରି ଆସିଲି
ମୋ ବନ୍ଧୁଙ୍କ ଆତ୍ମାଙ୍କୁ
ମୋ ଗାଁ ପୋଖରୀ ତୁଠରେ…
ଆଉ ଜୀବନଠୁ ଶିଖିଲି ସେଦିନ
ଯେଉଁଦିନ
ଶୁଣୁଥିଲି ବନ୍ଧୁଙ୍କ ସୁଗୁଣ କୀର୍ତ୍ତନକୁ
ଝୁରି ହେଉଥିଲେ ସଭିଏଁ ତାଙ୍କ ଜୀବଦଶାକୁ
ମୋ ଗାଁ ମଝିଦାଣ୍ଡରେ…